Home Awareness ସାଂଘାତିକ ଅବହେଳା : ଫୋନରେ ଗପୁଥିଲେ ସ୍ବାସ୍ଥ୍ୟକର୍ମୀ, ୪୦ ସେକେଣ୍ଡ ମଧ୍ୟରେ ମହିଳାଙ୍କୁ ୨ ଥର...

ସାଂଘାତିକ ଅବହେଳା : ଫୋନରେ ଗପୁଥିଲେ ସ୍ବାସ୍ଥ୍ୟକର୍ମୀ, ୪୦ ସେକେଣ୍ଡ ମଧ୍ୟରେ ମହିଳାଙ୍କୁ ୨ ଥର ଦେଇଦେଲେ ଭ୍ୟାକସିନ, ତା ପରେ…

107
0

ଝୁନ୍‌ଝୁନୁ ୦୬/୦୭ : ଦେଶରେ ଟିକାକରଣକୁ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିରେ ଯେଭଳି କୌଣସି ସମସ୍ୟା ଦେଖାନଯାଏ ସେଥିପାଇଁ ସଚେତନତା ସହିତ ଟିକାକରଣ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ ଝୁନ୍‌ଝୁନୁରେ ଟିକାକରଣ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାକରା ଗାଁରେ ଟିକାକରଣ ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା ଯୋଗୁଁ ଜଣେ ମହିଳାଙ୍କୁ ୪୦ ସେକେଣ୍ଡ ମଧ୍ୟରେ ଦୁଇ ଥର ଭ୍ୟାକସିନ ଦିଆଯାଇଥିବା ଅଭିଯୋଗ ହୋଇଛି । ଟିକା ଦେବା ସମୟରେ ମହିଳା ସ୍ବାସ୍ଥ୍ୟକର୍ମୀ ଜଣକ ମୋବାଇଲରେ କଥା ହେଉଥିବା ଜଣାପଡିଛି । କଥା ହେବା ସମୟରେ ଅନ୍ୟମନସ୍କ ହୋଇ ଦୁଇ ଥର ଭ୍ୟାକସିନ ଦେଇଦେଇଥିଲେ ।