Home Awareness ‘ହୋୟାର ଇଜ୍‌ ଇୟୋର ମାସ୍କ ?’ : କୋଭିଡ୍ ନିୟମ ମାନିବାକୁ ବୁଲିବୁଲି ଲୋକମାନଙ୍କୁ ଅନୁରୋଧ...

‘ହୋୟାର ଇଜ୍‌ ଇୟୋର ମାସ୍କ ?’ : କୋଭିଡ୍ ନିୟମ ମାନିବାକୁ ବୁଲିବୁଲି ଲୋକମାନଙ୍କୁ ଅନୁରୋଧ କରୁଛି ଛୋଟ ଶିଶୁ, ଭାଇରାଲ ହେଉଛି ଭିଡିଓ…

85
0

ଧର୍ମଶାଳା ୦୬/୦୭ : କିଛି ମାସ ପୂର୍ବରୁ ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ତାଣ୍ଡବ ରଚିଥିଲା । ସଂକ୍ରମଣ ଏତେ ମାତ୍ରରରେ ବୃଦ୍ଧି ପାଇଥିଲା ଯେ, ଦେଶର ବିଭିନ୍ନ ସହରରେ ଅକ୍ସିଜେନର ଘୋର ସମସ୍ୟା ଦେଖାଦେଇଥିଲା । ଅନେକ ରୋଗୀ ଅକ୍ସିଜେନ ନପାଇ ମୃତ୍ୟୁବରଣ କରିଥିଲେ । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ କୋଭିଡ୍ ନିୟମ ମାନିବା ପାଇଁ ଜନସାଧାରଣଙ୍କୁ ବାରମ୍ବାର ଅପିଲ କରାଯାଉଥିଲା । କୋଭିଡ୍ ଗାଇଡଲାଇନ ମାନିବା ପାଇଁ ‘ଲିଟିଲ୍‌ ଫ୍ରେଣ୍ଡସ୍’ଙ୍କ ଜରିଆରେ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।