Home Awareness ଗୁରୁତର covid ଅସୁସ୍ଥଙ୍କ ଚିକିତ୍ସା ଲାଗି ଟୋସିଲିଜୁମାବ ଓ ସାରିଲୁମାବକୁ ଜୀବନ ରକ୍ଷକ ଔଷଧ ଭାବେ...

ଗୁରୁତର covid ଅସୁସ୍ଥଙ୍କ ଚିକିତ୍ସା ଲାଗି ଟୋସିଲିଜୁମାବ ଓ ସାରିଲୁମାବକୁ ଜୀବନ ରକ୍ଷକ ଔଷଧ ଭାବେ ମିଳିଲା WHOଙ୍କ ଅନୁମୋଦନ

117
0

ଜେନେଭା ୭।୭: କୋଭିଡ-୧୯ରେ ଗୁରୁତର ଅଥବା ଅତ୍ୟନ୍ତ ଗୁରୁତର ଅସୁସ୍ଥଙ୍କ ଚିକିତ୍ସା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଇଣ୍ଟରଲୁକିନ୍‌-୬ରେସେପ୍ଟର ବ୍ଲକର ଔଷଧ ଉପଯୋଗ ଲାଗି ଅନୁମୋଦିତ କରିଛନ୍ତି। ମଙ୍ଗଳବାର ଜାତିସଂଘଙ୍କ ସ୍ୱାସ୍ଥ୍ୟ ଏଜେନ୍ସୀ ଅପଡେଟ କରିଥିବା ଚିକିତ୍ସା ନିର୍ଦ୍ଦେଶାବଳୀରେ ଏହା ସୂଚିତ କରିଛନ୍ତି। ଯେଉଁଥିରେ କୋଭିଡ-୧୯ ଆକ୍ରାନ୍ତଙ୍କ ଠାରେ ବିଶେଷ କରି କର୍ଟିକୋଷ୍ଟରଏଡସ୍‌ ସହ ଉପଯୋଗ ହେଉଥିବା ଜୀବନ ରକ୍ଷକ ଔଷଧକୁ ମଧ୍ୟ ସାମିଲ କରିଛନ୍ତି ।