Home Awareness ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେନି ଗର୍ଭବତୀ : ତିଆରି ହେବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ

ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେନି ଗର୍ଭବତୀ : ତିଆରି ହେବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ

98
0

News Highlights

ଟିକା ନେବାକୁ ଆସିଥିବା ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ରଖାଯିବ
ଗର୍ଭବତୀ ଟିକା ନେଲେ କୌଣସି କ୍ଷତି ହେବ ନାହିଁ
ଗର୍ଭବତୀଙ୍କୁ ଟିକା ପ୍ରସଙ୍ଗରେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର : ଗର୍ଭବତୀମାନେ କରୋନା ଟିକା ନେଲେ ବିପଦ ନାହିଁ । ଟିକା ନେବାକୁ ଆସୁଥିବା ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ । ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ତା ସହିତ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି । ତା ସହିତ ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ ।