Home Awareness ଆଣ୍ଟିବଡି ଉପରେ କରାଯାଇପାରିବନି ଭରସା, ଯେତେଦୂର ସମ୍ଭବ କରୋନାରେ ନିଜକୁ ରଖନ୍ତୁ ସୁରକ୍ଷିତ : ବିଶେଷଜ୍ଞ

ଆଣ୍ଟିବଡି ଉପରେ କରାଯାଇପାରିବନି ଭରସା, ଯେତେଦୂର ସମ୍ଭବ କରୋନାରେ ନିଜକୁ ରଖନ୍ତୁ ସୁରକ୍ଷିତ : ବିଶେଷଜ୍ଞ

171
0

ନୂଆଦିଲ୍ଲୀ ୯।୭: କରୋନା ତୃତୀୟ ଲହରକୁ ନେଇ ଏବେବି ଥମିନି କଳ୍ପନା ଜଳ୍ପନା । କରୋନା ଦ୍ୱିତୀୟ ଲହର କାଳରେ ରାଜଧାନୀ ଦିଲ୍ଲୀର ଏକ ବିଶାଳ ଜନସଂଖ୍ୟା ଭୂତାଣୁ ଆକ୍ରାନ୍ତ ହୋଇଥିଲେ, ଏହା ଛଡା ୨୦ ଲକ୍ଷରୁ ଅଧିକ ଲୋକେ ଭାକ୍ସିନର ୨ ଡୋଜ ନେଇସାରିଲେଣି। ଏଣୁ ଯଦି ତୃତୀୟ ଲହର ଆସେ ଏତେ ବିପଦଜନକ ହେବନି ବୋଲି ବିଶେଷଜ୍ଞଙ୍କ ଧାରଣା। ହେଲେ ସେମାନଙ୍କ ଏପରି ଆକଳନ କରିବା ଭୁଲ ବୋଲି ଏବେ ବିଶେଷଜ୍ଞ କହିଲେଣି ।