Home Awareness ଫାଇଜର ଟିକା ନେଲେ ନେବାକୁ ପଡ଼ିବ ତୃତୀୟ ଡୋଜ୍‌

ଫାଇଜର ଟିକା ନେଲେ ନେବାକୁ ପଡ଼ିବ ତୃତୀୟ ଡୋଜ୍‌

104
0

News Highlights
• ଫାଇଜର ଆଣିବ ବୁଷ୍ଟର ଡୋଜ୍
• ଏଥିପାଇଁ ଖୁବ୍ ଶୀଘ୍ର ଆମେରିକୀୟ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ାଯିବ
• ବୁଷ୍ଟର ଡୋଜ୍ ପରେ ଆଣ୍ଟିବଡି ୫ରୁ ୧୦ ଗୁଣା ବୃଦ୍ଧି ପାଉଥିବା ଫାଇଜରର ଦାବି
• ବୁଷ୍ଟର ଡୋଜ୍ ପରେ ଇମ୍ୟୁନିଟି ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଉଥିବା ଦାବି

ନୂଆଦିଲ୍ଲୀ: ଫାଇଜର ପକ୍ଷରୁ ପ୍ରସ୍ତୁତ ଟିକାର ତୃତୀୟ ଡୋଜର ଆବଶ୍ୟକତା ରହିଛି। ଏନେଇ ଫାଇଜର ପକ୍ଷରୁ ଖୁବଶୀଘ୍ର ଆମେରିକୀୟ କର୍ତ୍ତୃପକ୍ଷଙ୍କ ଅନୁମତି ମଗାଯିବ ବୋଲି ସୂଚନା ମିଳିଛି। ତୃତୀୟ ଡୋଜ ବା ବୁଷ୍ଟର ଡୋଜ୍ ନେବା ପରେ ଆଣ୍ଟିବଡିର ୫ରୁ ୧୦ ଗୁଣା ବୃଦ୍ଧି ପାଉଥିବା ଗବେଷଣାରୁ ଜଣାପଡିଥିବା ଫାଇଜର ପକ୍ଷରୁ କୁହାଯାଇଛି। ତେବେ ୨ୟ ଡୋଜର କେତେଦିନ ପରେ ବୁଷ୍ଟର ଲୋଡ଼ା ସେ ନେଇ ସ୍ପଷ୍ଟ ହୋଇନାହିଁ । କୋଭିଡର ମୂଳ ଭୂତାଣୁର ସଫଳ ମୁକାବିଲା ପାଇଁ ତୃତୀୟ ଡୋଜର ଆବଶ୍ୟକତା ରହିଛି। ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ବିଟା ଭାରିଆଣ୍ଟ ବିରୋଧରେ ମଧ୍ୟ ତୃତୀୟ ଡୋଜ ଅଧିକ ଫଳପ୍ରଦ ହେବ ବୋଲି ଫାଇଜର ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ତଥ୍ୟରୁ ଜଣାପଡିଛି ।