Home Covid ମଶୁରିରେ ପର୍ଯ୍ୟଟକଙ୍କ ଭିଡକୁ ନେଇ ଥମିନି ଚର୍ଚ୍ଚା, ଏପଟେ ହର କି ପୌଡିରେ ନଜର ଆସିଲେ...

ମଶୁରିରେ ପର୍ଯ୍ୟଟକଙ୍କ ଭିଡକୁ ନେଇ ଥମିନି ଚର୍ଚ୍ଚା, ଏପଟେ ହର କି ପୌଡିରେ ନଜର ଆସିଲେ ହଜାର ହଜାର ଲୋକ

147
0

ହରିଦ୍ୱାର ୧୦/୦୭ : ଉତ୍ତରାଖଣ୍ଡରେ ସାମାଜିକ ଦୂରତା ଓ କୋଭିଡ ନିୟମ ଉଲଙ୍ଘନକୁ ନେଇ ଲଗାତାର ବିବାଦ ଓ ଚର୍ଚ୍ଚା ଲାଗି ରହିଛି। ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହରିଦ୍ୱାରର ହର କି ପୋୖଡି ଘାଟର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ହଜାର ହଜାର ଲୋକଙ୍କ ଭିଡ ଲାଗିଛି। ଏଠାରେ ସାମାଜିକ ଦୂରତା ନିୟମକୁ ଫୁ ହୋଇଯାଇଛି। ମଶୁରିର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ କେମ୍ପଟି ଫଲରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଲାଗିଥିବା ମାମଲାରେ ବ୍ୟାପକ ଜନ ଅସନ୍ତୋଷ ପ୍ରକାଶ ପାଇବା ପରେ ଏହି ଭିଡିଓ ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡରେ ଡେଲଟା ପ୍ଲସ ଭାରିଏଣ୍ଟର ଦୁଇଟି ମାମଲା ସାମ୍ନାକୁ ଆସିଛି ଏବଂ ହାଇକୋର୍ଟ ଲଗାତାର କୋଭିଡ ନିୟମ ପାଳନ କରିବାକୁ ଆଦେଶ ଦେଉଥିବାବେଳେ ଏହିଭଳି ମାମଲା ସାମ୍ନାକୁ ଆସିଛି ।