Home Covid ପିଲାଙ୍କ ଭ୍ୟାକସିନ ପାଇଁ ଆହୁରି କରିବାକୁ ପଡିବ ଅପେକ୍ଷା: ମଞ୍ଜୁରୀକୁ ଲାଗିବ ସମୟ

ପିଲାଙ୍କ ଭ୍ୟାକସିନ ପାଇଁ ଆହୁରି କରିବାକୁ ପଡିବ ଅପେକ୍ଷା: ମଞ୍ଜୁରୀକୁ ଲାଗିବ ସମୟ

105
0

ନୂଆଦିଲ୍ଲୀ ୧୨/୦୭ : ଗୁଜରାଟ ସ୍ଥିତ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଜିଡସ କାଡିଲାର ଶିଶୁଙ୍କ ପାଇଁ ତିଆରି ହୋଇଥିବା କରୋନା ଭ୍ୟାକସିନ ଜାୟକୋବ-ଡି (Zycov-D) କୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବାକୁ ଆଉ କିଛି ଦିନ ସମୟ ଲାଗିପାରେ। ଜିଡସ କାଡିଲା ଜୁଲାଇ ୧ରେ ନିଜ କୋଭିଡ-୧୯ ଭ୍ୟାକସିନର ଜରୁରୀକାଳୀନ ଉପଯୋଗ ପାଇଁ ଭାରତର ଔଷଧି ମହାନିୟନ୍ତ୍ରକ ଡିସିଜିଆଇଠୁ ମଞ୍ଜୁରୀ ମାଗିଥିଲା। କମ୍ପାନୀ ଅନୁଯାୟୀ, କମ୍ପାନୀ ଭାରତରେ ଏବେ ସୁଦ୍ଧା ୫୦ ରୁ ଅଧିକ କେନ୍ଦ୍ରରେ ୨୮ ହଜାରରୁ ଅଧିକ ସ୍ବେଛାସେବୀଙ୍କ ଉପରେ ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ କରିଛି। ଅନ୍ତରୀଣ ଡାଟାରେ ଭ୍ୟାକସିନ ସୁରକ୍ଷିତ ବୋଲି ଜଣାପଡିଛି ।