Home Awareness କରୋନାର ନୂଆ ଭାରିଆଣ୍ଟ ବଢ଼ାଉଛି ଚିନ୍ତା, WHOର ଚେତାବନୀ କ୍ଷୀପ୍ରଗତିରେ ମାଡ଼ି ଚାଲିଛି ଡେଲ୍‌ଟା

କରୋନାର ନୂଆ ଭାରିଆଣ୍ଟ ବଢ଼ାଉଛି ଚିନ୍ତା, WHOର ଚେତାବନୀ କ୍ଷୀପ୍ରଗତିରେ ମାଡ଼ି ଚାଲିଛି ଡେଲ୍‌ଟା

114
0

ନୂଆଦିଲ୍ଲୀ, ୧୩/୦୭: ସାରା ବିଶ୍ୱରେ କରୋନାର ଡେଲ୍‌ଟା ଭାରିଆଣ୍ଟ ମାମଲା କ୍ଷୀପ୍ରଗତିରେ ବଢ଼ିବାରେ ଲାଗିଛି । କରୋନାର ଏହି ନୂଆ ଭାରିଆଣ୍ଟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ଏହି ଭାଇରସ୍‌କୁ ଆୟତ୍ତରେ ରଖିବା ପାଇଁ ଟିକା କରଣ ଜାରି ରହିଛି । ଏଥି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ମହାନିର୍ଦ୍ଦେଶକ ଟ୍ରେଡୋସ ଅଦନୋମ ଘେବିୟସ ସୋମବାର କୋଭିଡ୍‌ର ଡେଲ୍‌ଟା ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, କୋରନାର ଏହି ଭାରିଆଣ୍ଟ ଚିନ୍ତା ବଢ଼ାଇଲାଣି । ବିଶ୍ୱରେ ଏହା କ୍ଷୀପ୍ରଗତିରେ ମାଡ଼ି ଚାଲିଛି ।