Home Covid ୨୪ ଘଣ୍ଟାରେ ୨ ହଜାର ୧୧୦ ସଂକ୍ରମିତ ଚିହ୍ନଟ, ରାଜ୍ୟରେ ଆଉ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ୨ ହଜାର ୧୧୦ ସଂକ୍ରମିତ ଚିହ୍ନଟ, ରାଜ୍ୟରେ ଆଉ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ

100
0

ଭୁବନେଶ୍ୱର : ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ । ଲଗାତାର ଦୁଇ ଦିନ ହେଲା ୨ ହଜାର ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ କାଲି ରାଜ୍ୟରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୧୧୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୨୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୮୯୭ । ସେପଟେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରେ ସର୍ବାଧିକ ୪୫୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।