Home Awareness ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ; ଖୋଲିଲା ଜିମ୍‌, ପାର୍ଲର

ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ; ଖୋଲିଲା ଜିମ୍‌, ପାର୍ଲର

105
0

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହୋଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଆଜିଠୁ ସାରା ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଛି। କେବଳ ଆସନ୍ତା ୨୫ ଯାଏ ପୁରୀ ସହରକୁ ବସ୍ ଚଳାଚଳ ବନ୍ଦ ରହିବ। ବସ୍‌ରେ ସିଟ୍ ଯେତିକି ଥିବ ସେତିକି ଯାତ୍ରୀ ହିଁ ଯାତ୍ରା କରିପାରିବେ ବୋଲି ସରକାର ଗାଇଡ୍‌ଲାଇନ୍‌ରେ କହିଛନ୍ତି। ନୀଳାଦ୍ରି ବିଜେ ଅର୍ଥାତ୍ ଜୁଲାଇ ୨୩ ଯାଏ ପୁରୀକୁ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ ।