Home Awareness ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ

112
0

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ। ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କୋ ୱିନ ଆପ୍‌ର ସ୍ୱତନ୍ତ୍ର ସାଇଟ୍‌ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । ରାଜ୍ୟରେ ବର୍ଷକୁ ପ୍ରାୟ ୯ ଲକ୍ଷ ଗର୍ଭବତୀ ପଞ୍ଜୀକୃତ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଟିକା ପାଇଁ ସାଢ଼େ ୪ ଲକ୍ଷ ଗର୍ଭବତୀଙ୍କୁ ଠାବ କରିହେବ। ଗର୍ଭବତୀଙ୍କୁ ଠାବ କରାଯିବା ସହ ଟିକାକରଣକୁ ତ୍ୱରାନ୍ୱିତ କରାଯିବ ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।