Home Covid ୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ; ମୃତ୍ୟୁ ସଂଖ୍ୟା ବି ୬୦ ଉପରେ

୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ; ମୃତ୍ୟୁ ସଂଖ୍ୟା ବି ୬୦ ଉପରେ

105
0

ଭୁବନେଶ୍ୱର: ରାଜ୍ୟରେ ୨,୦୦୦ ତଳକୁ କମୁନି ଦୈନିକ କରୋନା ସଂକ୍ରମଣ। ରାଜ୍ୟରୁ ସବୁ ଅଞ୍ଚଳରୁ ସଂକ୍ରମଣ ହାର କମୁଥିଲେ ହେଁ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲା ଚିନ୍ତା ବଢାଇଛି। ଆଜି ରାଜ୍ୟରୁ ୨,୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧,୧୯୫ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୮୭୫ ଲୋକାଲ କେସ ଥିବା ରାଜ୍ୟ ସୂଚନ ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟରୁ ଜଣାଯାଇଛି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରୁ ବାହାରିଛନ୍ତି ୩୧୯ ଜଣ ପଜିଟିଭ ।