Home Awareness ଚିନ୍ତା ବଢ଼ାଉଛି ହିଡେନ୍ କେସ : କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି...

ଚିନ୍ତା ବଢ଼ାଉଛି ହିଡେନ୍ କେସ : କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ

85
0

ଭୁବନେଶ୍ୱର : କରୋନା ଲକ୍ଷଣ ଥିଲେ ବି ଟେଷ୍ଟ କରିବାକୁ ଆସୁନାହାନ୍ତି ଲୋକେ । ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରୁନାହିଁ । ଅନେକ ହିଡେନ୍ କେସ ରହୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୩ ମାସ ଇନଟିଗ୍ରେଟେଡ଼ ସର୍ଭିଲାନ୍ସ କରାଯିବ । ଅଗଷ୍ଟ ପର୍ଯ୍ୟନ୍ତ ସର୍ଭିଲାନ୍ସ ଚାଲିବ । ସର୍ଭିଲାନ୍ସ କରି ହିଡେନ କେସ ଗୁଡିକୁ ବାହାର କଲେ, ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ । ଯଦି ତୃତୀୟ ଲହର ଆସୁଛି ତେବେ ହିଡେନ କେସ ନିଶ୍ଚିତ ରହିବ । ତେଣୁ ଡୋର ଟୁ ଡୋର ସର୍ଭିଲାନ୍ସ ଏକ ଅମୋଘ ଅସ୍ତ୍ର ବୋଲ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଗଷ୍ଟ ୨୪ ପରେ ମଧ୍ୟ ସର୍ଭିଲାନ୍ସ ଜୋରସୋରରେ ଚାଲିବ । ସବୁ ଘରେ ପହଞ୍ଚିବାକୁ ପ୍ରାଧାନ୍ୟ ଦିଆଯାଉଛି । ଏହାଦ୍ୱାରା ହିଡେନ୍ କେସ ସାମ୍ନାକୁ ଆସିପାରିବ । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଦା ସବୁବେଳେ ଫୋକସରେ ରହିଥିବା ସେ ସୂଚନା ଦେଇଛନ୍ତି ।