Home Awareness ତୃତୀୟ ଲହର ଆସିବା ପୂର୍ବରୁ ପ୍ରସ୍ତୁତି, ୬ରୁ ୧୨ ବର୍ଷୀୟ ପିଲାଙ୍କୁ ଦିଆଗଲା ଦ୍ୱିତୀୟ ଡୋଜ୍‌...

ତୃତୀୟ ଲହର ଆସିବା ପୂର୍ବରୁ ପ୍ରସ୍ତୁତି, ୬ରୁ ୧୨ ବର୍ଷୀୟ ପିଲାଙ୍କୁ ଦିଆଗଲା ଦ୍ୱିତୀୟ ଡୋଜ୍‌ !

113
0

ନୂଆଦିଲ୍ଲୀ, ୧୯/୦୭: କରୋନା ସଂକ୍ରମଣର ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପିଲାମାନଙ୍କ ପାଇଁ ଟୀକା ବିକଶିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଭାରତ ବାୟୋଟେକ ପିଲାଙ୍କ ଉପରେ କୋଭାକ୍ସିନ୍‌ର ପରୀକ୍ଷଣ ଜୁନ୍‌ ମାସରୁ ଆରମ୍ଭ କରିଦେଇଛି । ବର୍ତ୍ତମାନ ଜଣାପଡ଼ିଛି ଯେ, ପରୀକ୍ଷଣରେ ସାମିଲ୍‌ ପିଲାଙ୍କୁ ଖୁବ୍‌ ଶୀଘ୍ର ଭ୍ୟାକ୍‌ସିନ୍‌ର ଦ୍ୱିତୀୟ ଡୋଜ୍‌ ଦିଆଯିବା ନେଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଛି ।